ଯୁବ ପିଢୀ ଓ ତାଙ୍କର ଦାୟିତ୍ଵ ||Youth and their Duty Speech ||Odia Speech #bhoieducation

 




ଶୁଭ ସକାଳ/ସନ୍ଧ୍ୟା ସମସ୍ତଙ୍କୁ,


ଆଜିର ଏହି ଅବସରରେ ମୁଁ ଯୁବ ପିଢୀ ଓ ତାଙ୍କର ଦାୟିତ୍ୱ ବିଷୟରେ ମନ୍ତ୍ରଣା କରିବାକୁ ଅତ୍ୟନ୍ତ ଗର୍ବିତ। ଯୁବ ପିଢୀ ଏକ ଜାତିର ରୂପରେ ଭବିଷ୍ୟତ, ଏକ ସଫଳ ଏବଂ ମଜବୁତ ସମାଜର ପତାକାବାହକ। ତାଙ୍କ ଦାୟିତ୍ୱ ଏତେକି ଗୁରୁତ୍ୱପୂର୍ଣ୍ଣ ଯେ ଏହା ନ ଚିହ୍ନିବା ଏକ ଜାତିର ଅଗ୍ରଗତିକୁ ଅବରୋଧ କରିପାରେ।


ଯୁବ ପିଢୀ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଯୁବକ ମାନେ ଜୀବନର ସବୁଠୁ ଶକ୍ତିଶାଳୀ ଅବସ୍ଥାରେ ଅଛନ୍ତି। ସେମାନଙ୍କର ଉତ୍ସାହ, ଚେତନା, ଏବଂ ସମସ୍ୟା ମୁକାବିଲା କରିବାର କ୍ଷମତା ଆଗାମୀ ଦିନରେ ସମାଜକୁ ନିର୍ମାଣ କରେ। ଏହା ନିଜେ ସ୍ବପ୍ନ ଦେଖିବା ଏବଂ ସେଗୁଡିକୁ ସତରେ ପରିଣତ କରିବାର ଅବସର।


ଯୁବ ପିଢୀର ମୁଖ୍ୟ ଦାୟିତ୍ୱ:


1. ଶିକ୍ଷା ଏବଂ ଜ୍ଞାନ ଅର୍ଜନ:

ଯୁବ ପିଢୀ ପାଇଁ ସବୁଠାରୁ ମୁଖ୍ୟ ଦାୟିତ୍ୱ ହେଉଛି ଶିକ୍ଷା ଅର୍ଜନ କରିବା। ଏହା ତାଙ୍କର ଦୃଷ୍ଟିକୋଣକୁ ବ୍ୟପକ କରେ ଏବଂ ଉନ୍ନତ ସମାଜ ନିର୍ମାଣରେ ସାହାଯ୍ୟ କରେ।



2. ନୈତିକ ଓ ସମାଜିକ ମୂଲ୍ୟର ସଂରକ୍ଷଣ:

ଯୁବକ ମାନେ ସଫଳତା ପାଇଁ ସେମାନଙ୍କର ନୈତିକତା ଏବଂ ସମାଜ ନିର୍ମାଣରେ ଯଥାର୍ଥ ଭୂମିକା ନିର୍ବାହ କରିବା ଆବଶ୍ୟକ। ସମାଜର ଗୃହସ୍ଥାନ୍ତର, ସଦ୍ଭାବ ଓ ଏକତାକୁ ବଜାୟ ରଖିବାରେ ସେମାନଙ୍କ ଭୂମିକା ଅପରିହାର୍ଯ।



3. ପ୍ରକୃତିର ସୁରକ୍ଷା ଏବଂ ପରିବେଶ ସଂରକ୍ଷଣ:

ଏବେର ଯୁବ ପିଢୀ ଆଗାମୀ ପିଢୀ ପାଇଁ ପରିବେଶ ଏବଂ ପ୍ରକୃତିକୁ ସୁରକ୍ଷା କରିବାର ଦାୟିତ୍ୱ ନିବାହ କରିବା ଆବଶ୍ୟକ।



4. ଆଗାମୀ ନେତୃତ୍ୱର ପ୍ରସ୍ତୁତି:

ଯୁବ ପିଢୀକୁ ନେତୃତ୍ୱର ଦକ୍ଷତା ଅର୍ଜନ କରି ଭବିଷ୍ୟତରେ ସମାଜ, ଜାତି, ଏବଂ ବିଶ୍ୱର ଭଲ ପାଇଁ କାମ କରିବାର ପ୍ରସ୍ତୁତ ହେବା ଆବଶ୍ୟକ।



5. ସାଇନ୍ସ ଓ ପ୍ରଯୁକ୍ତିର ସତ୍ୟ ଅନ୍ୱେଷଣ:

ଆଧୁନିକ ଯୁଗରେ ଯୁବ ପିଢୀ ନୂତନ ଧାରଣା ଏବଂ ଉନ୍ନତିକୁ ଆଣିବାରେ ସକ୍ଷମ। ସେମାନେ ପ୍ରଯୁକ୍ତିକୁ ଉପକାରୀ ଏବଂ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରିବା ଆବଶ୍ୟକ।




ଉପସଂହାର:

ଯୁବ ପିଢୀ କେବଳ ଭବିଷ୍ୟତର ଭରସା ନୁହେଁ, ସେମାନେ ବର୍ତ୍ତମାନର ସଫଳତାର ଆଧାର। ସମାଜର ଉନ୍ନତି, ଶାନ୍ତି ଏବଂ ସମୃଦ୍ଧିର ସୂତ୍ରଧାର ହେବାରେ ଯୁବ ପିଢୀ ଜାଗୃତ ହେବା ଆବଶ୍ୟକ। ଆସନ୍ତୁ, ଆମେ ସମସ୍ତେ ଏହି ଯୁବ ଶକ୍ତିକୁ ସମର୍ଥନ କରି ସମାଜରେ ଏକ ପରିବର୍ତ୍ତନ ଆଣିବାର ଶପଥ ନିବାହ କରିବା।


ଧନ୍ୟବାଦ।


Bikshit Bharat //ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ//Odia Essay writing// Bikshit Bharat essay

 ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ



ଉପକ୍ରମ:-

ଭ୍ରଷ୍ଟାଚାର ଅର୍ଥାତ୍ ଭ୍ରଷ୍ଟ + ଆଚାର । ଭ୍ରଷ୍ଟର ଅର୍ଥ ହେଉଛି ଖରାପ ବା ବିଗିଡି ଯାଇଥିବା ଏବଂ ଆଚାର ର ଅର୍ଥ ହେଉଛି ଆଚରଣ । ତେଣୁ ଭ୍ରଷ୍ଟାଚାର ର ଶାବ୍ଦିକ ଅର୍ଥ ହେଉଛି 'ସେହି ଆଚରଣ ଯାହା କି କୌଣସି ପ୍ରକାରରେ ଅନୈତିକ ବା ଅନୁଚିତ ହୋଇଥାଏ । ବର୍ତ୍ତମାନର ପରିସ୍ଥିତିରେ ଦିନେ ସୁନାର ଚଢ଼େଇ କୁହାଯାଉଥ‌ିବା ଆମ ଦେଶ ଭାରତରେ ମଧ୍ଯ ଦୁର୍ନୀତି କ୍ଷୀପ୍ର ଗତିରେ ନିଜର କାୟା ବିସାର କରିବାରେ ଲାଗିଛି।


ଆଜି ପୁରା ବିଶ୍ବରେ ଭ୍ରଷ୍ଟାଚାର ଓ ଦୁର୍ନୀତି ମାମଲାରେ ଭାରତର ସ୍ଥାନ ଅତ୍ୟନ୍ତ ନୈରାଶ୍ୟଜନକ । ତେଣୁ ଆମକୁ ଭାରତରୁ ଭ୍ରଷ୍ଟାଚାରକୁ ମୂଳରୁ ସମାପ୍ତ କରିବାକୁ ପଡିବ ଯାହା ଦ୍ବାରା କି ଭାରତକୁ ଏକ ବିକଶିତ ଦେଶ ଭାବରେ ପ୍ରତିଷ୍ଠିତ କରାଯାଇ ପାରିବ ।


ଭାରତରେ ଭ୍ରଷ୍ଟାଚାରର ପ୍ରଭାବ:-


ଭ୍ରଷ୍ଟାଚାର ଭାରତରେ ଗୋଟିଏ ମହାମାରୀ ପରି ବ୍ୟାପୀବାରେ ଲାଗିଛି । ଯଦି ଏହାକୁ ଏବେଠୁ ପ୍ରତିରୋଧ କରା ନଯିବ ତେବେ ଏହା ସାରା ଦେଶ ନିଜ ଆୟତ୍ତରେ କରିନେବ, ଯାହାର ପ୍ରଭାବ ଅତ୍ୟନ୍ତ ଭୟାବହ ହେବ ।


* ଭାରତରେ ଟ୍ୟାକ୍ସ ଠକେଇ ବର୍ତ୍ତମାନ ଏକ ସାଧାରଣ କଥା ହେଇ ଗଲାଣି । ଫଳରେ କୋଟି କୋଟି ଟଙ୍କାର କଳାଧନ ବିଦେଶରେ ଜମା ହେଉଛି।

* ଭ୍ରଷ୍ଟାଚାର ଫଳରେ ଦେଶରେ ଦ୍ରବ୍ୟ ଓ ସେବାର ଉତ୍ପାଦନ ମୂଲ୍ୟ ବଢ଼ିଥାଏ ଯାହାର କୁ ପରିମାଣ ସ୍ବରୂପ ଦରଦାମ ବୃଦ୍ଧି ହୋଇଥାଏ ।

* ପୋଲିସ ବିଭାଗରେ ଭ୍ରଷ୍ଟାଚାର ହେବା ଫଳରେ ଦେଶରେ ଅପରାଧ ବଢିବାରେ ଲାଗିଛି।

* ଏହା ସମାଜରେ ବିଭେଦ ଓ ଦ୍ବେଷ ସୃଷ୍ଟି କରି ଥାଏ । ଭ୍ରଷ୍ଟାଚାର ମୁକ୍ଳ ତଥା ବିକଶିତ ଭାରତ ପାଇଁ ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ ‌।


ସମାଜର ବିଭିନ୍ନ ସ୍ତରରେ ଭ୍ରଷ୍ଟାଚାର ରୋକିବା ପାଇଁ କଠୋର ନିୟମ ଏବଂ ଦଣ୍ଡ ବ୍ୟବସ୍ଥା ଲାଗୁକରାଯିବା ଉଚିତ । ନହେଲେ ଭ୍ରଷ୍ଟାଚାର ରୂପୀ ରାକ୍ଷସ ସମଗ୍ର ଦେଶକୁ ଗ୍ରାସ କରିବାରେ ସମୟ ଲାଗିବ ନାହିଁ । ଲୋକମାନେ ସତ ଓ କର୍ତ୍ତବ୍ୟ ନିଷ୍ଠ ହେବା ଲୋକମାନେ ସଚେତନ ହେବେ, ଲାଞ୍ଚ ନଦେବା କରିବେ ଏବଂ ନ ନେବାର ପ୍ରତିଜ୍ଞା କରିବେ।


ସମାଜରୁ ଭ୍ରଷ୍ଟାଚାର ଦୂରୀକରଣ ନିମନ୍ତେ କିଛି ପଦକ୍ଷେପ ନିଅନ୍ତି ତାହେଲେ ଭାରତରୁ ନିଶ୍ଚିତ ରୂପରେ ଭ୍ରଷ୍ଟାଚାର ନିପାତ ହେବ ଏଥୁରେ ସନ୍ଦେହ ନାହିଁ ଏଥି ସହିତ ଇଣ୍ଟରନେଟ ମାଧ୍ୟମରେ ହେଉଥ‌ିବା ଠକାମି କୁ ମଧ୍ୟ ରୋକାଯିବା ଆବଶ୍ୟକ । ଦେଶରେ କାର୍ଯ୍ୟରତ ସମସ୍ତ କର୍ମଚାରୀ, ନେତା, ମନ୍ତ୍ରୀମାନଙ୍କର କାର୍ଯ୍ୟଦକ୍ଷତାକୁ ଅବଲୋକନ କରିବା ପାଇଁ ସମୟ ସମୟରେ ତର୍ଜମା ହେବା ବିଧେୟ ।


ଶେଷକଥା :-

ଭ୍ରଷ୍ଟାଚାର ଆମର ନୈତିକ ଜୀବନ ମୂଲ୍ୟ ଉପରେ ସବୁଠାରୁ ବଡ ପ୍ରହାର ଅଟେ । ଭ୍ରଷ୍ଟାଚାର ରେ ଜଡିତ ଥିବା ଲୋକମାନେ ନିଜ ସ୍ବାର୍ଥରେ ଅନ୍ଧ ହୋଇ ରାଷ୍ଟ୍ରର ନାମକୁ ବଦନାମ କରୁଛନ୍ତି । ଭ୍ରଷ୍ଟାଚାର ବିରୁଦ୍ଧ ଯୁଦ୍ଧରେ ସାମିଲ ହେବା ଏକ ଶୁଭ ଘଟଣା କୁହାଯାଇପାରେ କାରଣ ଭ୍ରଷ୍ଟାଚାର ଆଜି କେବଳ ଗୋଟିଏ ଦେଶର ସମସ୍ୟା ନୁହେଁ ଏହା ସାରା ବିଶ୍ବର ସମସ୍ୟା ପାଳଟି ଗଲାଣି ।


Write a Application to Headmaster Request for Transfer Certificate|| Transfer Certificate Application|| Official Letter to Headmaster

 Writing Official Letter or Application is very systematic.we have to follow some rule and regulations, use specific format so that it will be corrected. 


I had written a application on transfer certificate, I hope this will help you much more .read below application carefully and you will write it accordingly.


Write a Application to your Headmaster Request him/her for Transfer Certificate.as your father transfer to chandigarh .


To,
The Principal

Odisha Adarsha Vidyalaya
Patrapali, Jharsuguda (Odisha)

Subject: Request for Transfer Certificate


Dear Sir/Madam,


I am Rajni Gupta of Class VIII studying in your school writing this letter to request a transfer certificate as my father's job transfer to chandigarh. We are relocating to Chandigarh  and I shall be continuing my studies in a new school.


I kindly request you to issue a transfer certificate as soon as possible so that I can complete the admission process in the new school.so that I shall very very greatful to you .


                                           Thanking you
                                          Yours obediently
      Dt:-                             Name- Rajni Gupta
     Patrapali                              Class - VIII
                                  

Women empowerment Odia Essay|| ନାରୀ ସଶକ୍ତିକରଣ ଓଡ଼ିଆ ରଚନା ||Odia Essay on Women Empowerment bhoi education

                            ନାରୀ ସଶକ୍ତିକରଣ




ଉପକ୍ରମ : ଆଜିକୁ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଭାରତୀୟ ଗଣ ଜୀବନରେ ଯେଉଁ ଦିନ ଏକ ନବ ଜାଗରଣର ଜୁଆର ଆସିଲା, ସେ ଦିନ ଭାରତୀୟ ନାରୀ ସମତାଳରେ ପୁରୁଷ ସହିତ ସ୍ୱର ମିଳାଇ ତାକୁ ନିନ୍ଦିତ ହୃଦୟରେ ସ୍ୱାଗତ ଜଣାଇଥିଲେ l ସମାଜରେ ଦୁଇଟି ମୁଖ୍ୟ ଅଙ୍ଗ ହେଲା ନାରୀ ଓ ପୁରୁଷ l ନାରୀ ଓ ପୁରୁଷ ଭଗବାନଙ୍କର  ଅମୃତ ସୃଷ୍ଟିର ଅମୃତ ସନ୍ତାନ l ପୁରୁଷ ମାନଙ୍କ ପରି ନାରୀମାନେ ସମାଜରେ ଏକ ବିରାଟ ଅଂଶ ଅଟନ୍ତି l ଆମ୍ଭମାନଙ୍କର ଜନ୍ମ ଭୂମି ସୁପ୍ରାଚୀନ ଭାରତ ବର୍ଷରେ ମଧ୍ୟ ନାରୀ ଶିକ୍ଷାର ପ୍ରଚଳନ ଥିଲା l ଯେପରି କୁହାଯାଇଛି ଯେ ଆଜିର ଛାତ୍ର କାଲିର ନାଗରିକ ସେହିପରି ଏକ ଉକ୍ତ ପରିବେଶରେ ସମାୟିତ ହେବା ଦରକାର ଯେ ଆଜିର ନାରୀ ଭବିଷ୍ୟତର ସମ୍ମାନ", ସମାଜରେ ପୁରୁଷଙ୍କ ସହ ନାରୀଙ୍କୁ ସମାନ ଅଧିକାର ପ୍ରଦାନ କଲେ ହିଁ ଆମେ ଦେଶର ଭବିଷ୍ୟତ ଯଥାଶୀଘ୍ର ଉଜ୍ଜ୍ୱଳ ହୋଇ ପାରିବ l


କାର୍ଯ୍ୟକ୍ରମ : ଯୁକ୍ତରାଷ୍ଟ୍ର ଆମେରିକାରେ  1903 ମସିହା ମାର୍ଚ୍ଚ 8   ତାରିଖରେ ଏକ ନାରୀ ଜଗରଣର ସୂତ୍ରପାତ ହୋଇଥିଲା l ଇତି ମଧ୍ୟରେ ଏହା ତାହାର ଏକ ଶତ ବର୍ଷ ପୂର୍ତ୍ତି ପାଳନ କରିସାରିଛି l 2003 ମସିହା ମାର୍ଚ୍ଚ 8 ତାରିଖରେ ସମ୍ପ୍ରତି ସମଗ୍ର ବିଶ୍ୱରେ ମାର୍ଚ୍ଚ 8 ତାରିଖକୁ ନାରୀ ସଶକ୍ତିକରଣ ବା ମହିଳା ଦିବସ ରୂପେ ପାଳନ କରାଯାଏ l କଥାରେ ଅଛି, ଗୋଟିଏ ପୁରୁଷ ଶିକ୍ଷିତ ହେଲେ ଜଣେ ଲୋକ ଶିକ୍ଷିତ ହୁଏ l ଜଣେ ନାରୀ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହୁଏ l ପୁଅ ଝିଅର ପ୍ରଥମ ଶିକ୍ଷକ ହେଉଛି ମାଆ l ପୃଥିବୀର ବହୁ ମହାତ୍ମାଙ୍କ ଜୀବନଙ୍କୁ ସେମାନଙ୍କ ମାଆମାନେ ଗଢିବାର ଇତିହାସ ରହିଛି l ସେହିପରି ଦୈନନ୍ଦିନ ଜୀବନରେ ଅନେକ ସମସ୍ୟା ରହିଛି, ଶିକ୍ଷିତା ନାରୀ ହିଁ ତାର ସମାଧାନ କରିପାରିବ,ପୁରୁଷ ସହିତ ସମକକ୍ଷ ହୋଇ ତା'ର ମନ୍ତ୍ରୀ ସହାୟକ ବନ୍ଧୁ ହୋଇ ସେ ଏକ ଉନ୍ନତ ସଚେତନ ସମାଜ ଗଢିବାରେ ସାହାଯ୍ୟ କରିପାରିବ l ଏହି ସବୁ ଦୃଷ୍ଟିରୁ ନାରୀଶିକ୍ଷା ଏକାନ୍ତ ଆବଶ୍ୟକ l


ନାରୀ ଶକ୍ତିକରଣ ଆଭିମୁଖ୍ୟ:- ନାରୀ ଯେ କେବଳ ପୁରୁଷର ଏକ କଳ୍ପସହଚରୀ, ଲୀଳାସଙ୍ଗିନୀ ନୁହେଁ, ତାହା ଭାରତୀୟ ନାରୀ ଚରିତ୍ରରେ ସୃଷ୍ଟ ରୂପେ ପ୍ରମାଣିତ ହୋଇଛି I ନାରୀ ସଶକ୍ତିକରଣର ଅର୍ଥ ହେଉଛି, ନାରୀର ପ୍ରତିଭାର ଉପଯୋଗ କରି ସାମାଜିକ ପ୍ରଗତିକୁ ତ୍ବରାନ୍ବିତ କରାଇବା । ବହୁ ପ୍ରତିଭାର ଅଧୂକାରିଣୀ ନାରୀ ହୋଇଥିଲେ ହେଁ, ପୁରୁଷ ପ୍ରଧାନ ସମାଜରେ ସେମାନେ ତାଙ୍କର ସେହି ପ୍ରତିଭାର ଉପଯୋଗ କରିବାର ସୁଯୋଗ ପାଉନାହାନ୍ତି । ତେଣୁ ନାରୀର ଶକ୍ତି ଓ ସାମର୍ଥ୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା, ସେମାନଙ୍କୁ ସଂଗଠିତ କରି ସେମାନଙ୍କ ମଧ୍ୟରେ ଏକ ଜାଗରଣ ସୃଷ୍ଟି କରିବା ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ I ନାରୀ ହେଉଛି ସୃଷ୍ଟିର ମୂଳାଧାର । ପରିବାର ପରିଚାଳନାରେ ନାରୀର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ I ଜନନୀ, ଜୟା ଓ ଭଗିନୀ ବିଭିନ୍ନ ରୂପରେ ନାରୀ ତାର ବହୁମୁଖୀ ଭୂମିକା ନିର୍ବାହ କରିଥାଏ ।


ସ୍ୱାଧୀନତା ଆନ୍ଦୋଳନରେ ନାରୀ :- ଯେଉଁଠି ପୁରୁଷର ଶକ୍ତି ପରାହତ ହୋଇଛି, ସେଠାରେ ନାରୀ ଶକ୍ତିର ଅଭ୍ୟୁଥାନ ଘଟିଛି । ଭାରତୀୟ ପୁରାଣମାନଙ୍କରେ ନାରୀଶକ୍ତିର ଭୂରି ଭୂରି ଦୃଷ୍ଟାନ୍ତ ରହିଛି I ପୁରାଣରେ ଧନ ପାଇଁ ଲକ୍ଷ୍ମୀ, ଜ୍ଞାନ ପାଇଁ ସରସ୍ବତୀ ଏବଂ ଶକ୍ତି ପାଇଁ ଦୁର୍ଗାଙ୍କୁ କଳ୍ପନା କରାଯାଇଛି I ଅନ୍ୟାୟ ବିରୋଧରେ ନିଜର ସ୍ବର ଉତ୍ତୋଳନ କରି ମାତୃଭୂମି ନିମନ୍ତେ ନିଭୀକ ଭାବରେ ଆଗରେ ଛାତି ପତେଇବାକୁ ସେ କେବେ ପଶ୍ଚାତପଦ ହୋଇନାହିଁ । ସ୍ବାଧୀନତା ସଂଗ୍ରାମରେ ଝାନସି ରାଣୀ ଲକ୍ଷ୍ମୀବାଈଙ୍କର ଅପୂର୍ବ ଧୈର୍ଯ୍ୟ, ଶକ୍ତି ଓ ସାହସର ଗାଥା ଆଜିବି ସ୍ମରଣୀୟ । ଆଉ ମଧ୍ୟ ସରୋଜିନୀ ନାଇଡୁ, କସ୍ତୁରବା ଗାନ୍ଧୀ, କମଳାଦେବୀ, ଅରୁଣା ଆସଫ ଅଲ୍ଲି, ରାଜକୁମାରୀ ଅମୃତ କାଉର, ବିଜୟଲକ୍ଷ୍ମୀ ପଣ୍ଡିତ ଓ ପଦ୍ମଜା ନାଇଡୁ ପ୍ରଭୃତି ମହୀୟସୀ ନାରୀମାନଙ୍କର ଅବଦାନ ମଧ୍ଯ ସ୍ମରଣୀୟ । ସେହିପରି ଓଡ଼ିଶାର ନାରୀମାନଙ୍କ ମଧ୍ୟରେ ରମାଦେବୀ, ସାରଳାଦେବୀ, ଅନ୍ନପୂର୍ଣ୍ଣା ମହାରଣା, ମାଳତୀ ଚୌଧୁରୀ ପ୍ରଭୁତିଙ୍କର ଅବଦାନ ମଧ୍ୟ ସ୍ମରଣୀୟ ।


ସମାଜରେ ନାରୀର ଅଧିକାର :- ଆଜି ମଧ୍ୟ ଏହି ସମାଜରେ ନାରୀମାନେ ସେମାନଙ୍କର ପ୍ରକୃତ ଅଧିକାର ପାଇପାରିନାହନ୍ତି । ଆମର ନେତା ଓ ଜ୍ଞାନୀଗୁଣୀ ବ୍ୟକ୍ତିଗଣ ନାରୀର ଅଧିକାର, ସମାନତା ଓ କ୍ଷମତା ସମ୍ପର୍କରେ ବଡ଼ ବଡ଼ ଭାଷଣ ଦେଇ କହିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଏହାର ଠିକ୍ ବିପରୀତ ହେଉଛି I ପ୍ରାୟ ଏହି ପୁରୁଷ ସମାଜ ନିଜ ସହିତ ନାରୀକୁ ଗୋଟିଏ ଆସନରେ ବସିବାର ମାନସିକତା ଏ ପର୍ଯ୍ୟନ୍ତ ଅର୍ଜନ କରିନାହାନ୍ତି । ତେଣୁ ନାରୀ ସ୍ବୟଂ ନିଜକୁ ସମାଜରେ ଆଗେଇ ନେଇପାରୁନାହିଁ । ସେହି କାରଣରୁ ନାରୀ ସଶକ୍ତିକରଣ ନିମନ୍ତେ ଆନ୍ତର୍ଜାତିକ ସ୍ତରରେ ଆଜି ଉଦ୍ୟମ ଚାଲିଛି।


ନାରୀ ନିର୍ଯାତନା ଓ ନାରୀ ଚରିତ୍ରର ତ୍ରୁଟି:- ନାରୀର ପ୍ରଗତି ପାଇଁ ସମସ୍ତ ପ୍ରକାର ଉଦ୍ୟମ ସତ୍ତ୍ବେ ଭାରତୀୟ ସମାଜ ଏକ ପୁରୁଷ ପ୍ରଧାନ ସମାଜ ହୋଇ ରହିଛି I ନାରୀ ଶିକ୍ଷାର ଯେତିକି ପ୍ରସାର ଘଟୁଛି, ସେତିକି ପରିମାଣରେ ଯୌତୁକ ନିର୍ଯାତନା, ଧର୍ଷଣ ଓ ହତ୍ୟା ଭଳି ଜଘନ୍ୟ ଅପରାଧ ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ନାରୀ ଏକ ଭୋଗ୍ୟ ସାମଗ୍ରୀ ଭାବରେ ବିବେଚିତ ହୋଇଛି I ତାର ଦେହର ସୌନ୍ଦର୍ଯ୍ୟ ହୋଇଛି ବଜାରର ପନ୍ୟଦ୍ରବ୍ୟ । ସିନେମା, ଥୁଏଟର, ଦୂରଦର୍ଶନ ଇତ୍ୟାଦିରେ ତାର ନାଗ୍ନତାକୁ ଉପଯୋଗ କରି ପୁରୁଷର ଦୃଷ୍ଟିକୁ କଳୁଷିତ କରାଯାଉଛି । ଆଧୁନିକ ଯୁଗର ଶିକ୍ଷିତ ନାରୀ ସ୍ବୟଂ ଏହି ଭ୍ରଷ୍ଟତା ନିମନ୍ତେ ଦାୟୀ I ଆଧୁନିକତା ନାମରେ ସ୍ବେଚ୍ଛାଚାରିତାକୁ ପ୍ରଶୟ ଦେଇ ସେ କେବଳ ପୁରୁଷର କାମନାରେ ଇନ୍ଧନ ଯୋଗାଉଛି । ସୁତରାଂ ନାରୀକୁ କେବଳ ଅଧୂକାର ବା ସ୍ବାଧୂକାର ପ୍ରଦାନ କଲେ ହେବନାହିଁ I ସମାଜକୁ କିଭଳି ଭଦ୍ର, ମାର୍ଜିତ ଓ ରୁଚିପୂର୍ଣ୍ଣ କରିବାକୁ ହେବ, ସେ ବିଷୟରେ ଚିନ୍ତା କରିବାକୁ ହେବ ।



ନାରୀଶିକ୍ଷା :- ଏକ ପୁତ୍ର ଶିଶୁକୁ ଯେପରି ଉପଯୁକ୍ତ ବିଦ୍ୟା ଅର୍ଜନ କରାଇ ଶ୍ରେଷ୍ଠ କରାଯାଉଛି ଠିକ୍ ସେହିପରି ଏକ ଶିଶୁ କନ୍ୟାକୁ ମଧ୍ୟ କରାଇବା ଦରକାର । ଏପରି ଏକ ଆତ୍ମବିଶ୍ବାସ ସେମାନଙ୍କ ମନରେ ସୃଷ୍ଟି କରିବା, କୌଣସି କ୍ଷେତ୍ରରେ ସେମାନଙ୍କୁ ହୀନଦୃଷ୍ଟିରେ ନ ଦେଖୁବା, ପୁରୁଷ ପରି ନାରୀ ମଧ୍ଯ ସମସ୍ତ ଅଧିକାର ପାଇବା ଯୋଗ୍ୟ ଏପରି ଚିନ୍ତାଧାରାର ଉଦ୍ରେକ ହେବା ଅତ୍ୟନ୍ତ ଜରୁରୀ I ବର୍ତ୍ତମାନ ଯୋଗ୍ୟତା, ଶିକ୍ଷା, ପ୍ରତିଭା, ଜ୍ଞାନ ପ୍ରତ୍ୟେକ କ୍ଷେତ୍ରରେ ନାରୀ ପୁରୁଷ ସହିତ ସମକକ୍ଷ I ଏପରିକି କେତେକ କ୍ଷେତ୍ରରେ ମଧ୍ୟ ଅଧୂକ ସାମର୍ଥ୍ୟ ।


ଉପସଂହାର :- ପୁରୁଷ ଓ ନାରୀ ମୁଦ୍ରାର ଦୁଇ ପାର୍ଶ୍ବ ସଦୃଶ । ନାରୀ କେବେ ଦୁର୍ବଳ ନୁହେଁ । ସେ ଅସୀମ ଶକ୍ତିର ଆଧାର I ନାରୀମାନଙ୍କୁ ପୁରୁଷମାନଙ୍କ ପରି ସବୁ କ୍ଷେତ୍ରରେ ସମାନ ସୁବିଧା ସୁଯୋଗ ଦିଆଗଲେ ଆମ ସମାଜ ତଥା ରାଷ୍ଟ୍ର ଆହୁରି ଅଗ୍ରଗତି କରିବ